ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଚର୍ଚ୍ଚ କମିଟିର ସମ୍ପାଦକ ଅଶୋକ ପ୍ରଧାନ ଥାନାରେ ଲିଖିତ ଜଣାଇଛନ୍ତି |

ପ୍ରକାଶ ଯେ, ସିଆଙ୍ଗବାଲିରେ ଥିବା ଏହି ଚର୍ଚ୍ଚ ଗାଁ ଭିତରେ ରହିଥିବା ବେଳେ ଚୋରି ହୋଇଥିବା ଘଟଣା ଗ୍ରାମବାସୀ କାଲି ବିଳମ୍ବିତ ରାତିରେ ଜାଣିବାକୁ ପାଇଲେ | ଗ୍ରାମବାସୀ ଉପାସନା କରିବାକୁ ଚର୍ଚ୍ଚକୁ ଯାଇଥିବା ବେଳେ ଚର୍ଚ୍ଚର ଲୁହା କବାଟକୁ କୌଣସି ଦୁର୍ବୃତ୍ତ ତାଡି ଦେବା ସହ ଗୃହ ଭିତରେ ରହିଥିବା ସାଉଣ୍ଡ ସିଷ୍ଟମକୁ ଚୋରି କରିନେଇଛନ୍ତି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ହଜାର ହେବ ବୋଲି କୁହାଯାଇଛି । ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବାକୁ ଗ୍ରାମବାସୀ ଦାବି କରିବା ସହ ଚୋରି ପରେ ତାଙ୍କୁ ଚର୍ଚ୍ଚରେ ଉପାସନା କରିବା ବହୁ ସମସ୍ୟା ହେଉଛି ବୋଲି ଗ୍ରାମବାସୀ ପୋଲିସକୁ ଜଣାଇଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ କହିଛନ୍ତି।

Share