ଉଦ୍ଧାର ହେଲା ଚୋରି ବାଇକ୍‌, ୨ ଅଭିଯୁକ୍ତ ଗିରଫ

ଅତାବିରା/ସରଣ୍ଡା,୧୩ା୨(ହୃଷୀକେଶ ଖମାରୀ/ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ମଙ୍ଗଳବାର ଚୋରି ହୋଇଥିବା ବାଇକ୍‌(ନଂ-ଓଡି ୧୭ ଏସ୍‌ ୧୫୭୯)କୁ ପୋଲିସ ଜବତ କରିଛି। ଏହା ସହିତ ଏହି ଚୋରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମର ପ୍ରବୀଣ ତାଣ୍ଡିଆ(୧୯) ଏବଂ ଲୋଇସିରା ଗ୍ରାମର କାହ୍ନା ବଣ୍ଡକି(୨୪)। ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ଅତାବିରା ଥାନାରେ କେସ୍‌ ନଂ ୪୬/୨୫ ରୁଜୁ ହୋଇଛି।

ସୂଚନାଥାଉକି, ମଙ୍ଗଳବାର ଅତାବିରା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଖଲିଆପାଲି ଗ୍ରାମର ପୀୟୁଷ ଦେବତା(୨୪)ଙ୍କ ଉକ୍ତ ବାଇକ୍‌ ଚୋରି ହୋଇଯାଇଥିଲା। ଏ ନେଇ ସେ ଅତାବିରା ଥାନାରେ ଏତଲା ଦେଇଥିଲେ।