MANCHESTER, ENGLAND - SEPTEMBER 03: England player Ben Stokes in bowling action during England nets ahead of the 4th Test match at Emirates Old Trafford on September 03, 2019 in Manchester, England. (Photo by Stu Forster/Getty Images)
ଲଣ୍ଡନ, ୧୭।୪(ପି.ଟି.)-
ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳିରେ ଅସ୍ତ୍ରୋପଚାର ଆସନ୍ତା ସୋମବାର ହେବ। ଫଳରେ ସେ ଅତିକମ୍ରେ ୧୨ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଦ୍ୱିତୀୟ ଥର ପାଇଁ ଏକ୍ସ-ରେ ଓ ସିଟି ସ୍କାନରୁ ଜଣାପଡ଼ିଛି ଯେ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳି ଭାଙ୍ଗିଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ସେ ଆଘାତ ପାଇଥିଲେ। ଏବେ ସେ ନିଜ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ସହ ଭାରତରେ ଅଛନ୍ତି। ଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ”ସୋମବାର ଲିଡ୍ସରେ ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର ହେବ। ଫଳରେ ସେ ୧୨ ସପ୍ତାହ ଖେଳିପାରିବେନି“ ବୋଲି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରାଯାଇଛି। ଗତ ସୋମବାର ପଞ୍ଜାବ କିଙ୍ଗ୍ସର କ୍ରିସ୍ ଗେଲ୍ଙ୍କ କ୍ୟାଚ ଧରିବା ଅବସରରେ ସେ ଆହତ ହୋଇଥିଲେ। ଫଳରେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରିବାକୁ ବାଧ୍ୟ ହୋଇଥିଲେ। ରାଜସ୍ଥାନର ମୁଖ୍ୟ ପେସ୍ ବୋଲର ଜୋଫ୍ରା ଆର୍ଚର ଆହତ ଯୋଗୁ କ୍ରିକେଟରୁ ଦୂରରେ ଅଛନ୍ତି। ସେ ଫିଟ୍ ହୋଇ ହାଲୁକା ଅଭ୍ୟାସ ଆରମ୍ଭ କରିଥିବାରୁ ଆଇପିଏଲ ଶେଷଭାଗରେ ଦଳକୁ ଫେରୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି।