ଛତ୍ରପୁର/ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗରନିବାସୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ( ୭୩) ପରଲୋକ ଘଟିଛି। ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟଛିି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି, ସେ ଜଣେ ମେଳାପୀ, ପରୋଉକାରୀ, ଧାର୍ମିକ ଏବଂ ଦକ୍ଷ ଆଇନଜୀବି ଭାବେ ଛତ୍ରପୁର ଆଖପାଖ ଅଞ୍ଚଳରେ ଖୁବ୍ ପରଚିତ ଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ଜ୍ୟୋତି ସାହୁ, ବଡ଼ ପୁଅ ଆଇନଜୀବି ହରପ୍ରସାଦ ସାହୁ, ସାନପୁଅ ସୁର ପ୍ରସାଦ ସାହୁ, ଦୁଇ ବୋହୂ, ନାତି ଓ ନାତୁଣୀ ଏବଂ ବହୁ ଆଇନଜୀବୀ, ଅଞ୍ଚଳଞବାସୀ ଓ ବନ୍ଧୁ ବାନ୍ଧବମାନେ ଉପସ୍ଥିତଥିଲେ । ସ୍ବର୍ଗତ ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କର ଦୁଇଟି ଚକ୍ଷୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି । ତାଙ୍କର ବାପାଙ୍କ ଚକ୍ଷୁ ଅନ୍ୟ କାହାକୁ ସହାୟତା ହେବ। ସେ ନୂଆ ଦୁନିଆ ଦେଖିବେ ବୋଲି ମଧ୍ୟ ପୁଅମାନେ କହିଛନ୍ତି। ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଓ କଲେଜ ଚକ୍ଷୁ ବିଭାଗର ଡାକ୍ତର ସ୍ମୃତି ରଞ୍ଜନ ଧର ଓ ସ୍ମିତାରାଣୀ ମହନ୍ତ ତାଙ୍କ ଘରେ ପହଞ୍ଚି ସ୍ବର୍ଗତ ସାହୁଙ୍କ ଦୁଇଟି ଚକ୍ଷୁ ସଂଗ୍ରହ କରି ନେଇଥିଲେ, ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଂଶସା କରାଯାଇଛି।