ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍ ଚୋରି ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍ଟିକୁ ଘର ସମ୍ମୁଖରେ ରଖିଥିବା ବେଳେ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବାଇକ ଚୋରି କରିନେଇଥିବା ସେ କହିଛନ୍ତି। ସେ ବାଇକ୍ଟିକୁ ଖୋଜାଖୋଜି କରିବା ସହ ଥାନାରେ ଲିଖିତ ଅଭିଯୋଗ କରିବି ବୋଲି କହିଛନ୍ତ।
ସେହିପରି ଦାରିଙ୍ଗବାଡ଼ି ଜାଗୃତି ସାହିରେ ରହୁଥିବା ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ନର୍ମଦା ମହାରଣାଙ୍କ ସ୍ବାମୀ ଚଳାଉଥିବା ବାଇକ୍ ନଂ (ଓଡି -୨୫ସି -୯୪୯୬)ବାଇକଟି ଘର ସମ୍ମୁଖରେ ରଖିଥିଲେ। ତେବେ ସେ ରବିବାର ସକାଳୁ ଉଠିବା ବେଳେ ଘର ସମ୍ମୁଖରେ ଥିବା ବାଇକ୍ଟି ନ ଥିବା ଜାଣି ଏହା ଚୋରି ହୋଇଥିବା ସନ୍ଦେହ କରି ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏକାଧିକ ବାଇକ ଚୋରି ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ତାହା ଉଦ୍ଧାର ହୋଇ ନ ଥିବା ବେଳେ ପୁଣି ୨ଟି ବାଇକ ଚୋରି ଘଟଣା ପୋଲିସ ପାଇଁ ଯେତିକି ମୁଣ୍ଡବ୍ୟଥାର କାରଣ ହୋଇଛି ଅଞ୍ଚଳରେ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ପୋଲିସ ବେଳ ଥାଉଥାଉ ଏଥିପ୍ରତି ଦୃଷ୍ଟି ଦେଇ ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି।