ପ୍ରସ୍ତୁତ ଥିଲା ଷ୍ଟେଜ୍‌, ହେଲେ ବନ୍ଦ କରିଦିଆଗଲା ପ୍ରୋଗ୍ରାମ; ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ଗଞ୍ଜାମ,୨୩।୧୧(ବିଦ୍ୟାଧର ସାହୁ): ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରେକ୍‌ ଦ ଫ୍ଲୋର ଏବଂ ବୁଦ୍ଧଦୀପ ସ୍କୁଲର ମିଳିତ ଆନୁକୂଲ୍ୟରେ ରବିବାର ସାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଷ୍ଟେଜ ପ୍ରୋଗ୍ରାମ ବନ୍ଦ ହୋଇଯାଇଛି। ସହରର କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏତେ ବଡ଼ କାର୍ଯ୍ୟକ୍ରମ ଗଞ୍ଜାମ ମିନି ଷ୍ଟାଡିଅମରେ ନ ହୋଇ ବ୍ରହ୍ମପୁର ଚାଲିଯିବା ଚର୍ଚ୍ଚା ଜୋର ଧରିଛି । କାର୍ଯ୍ୟକ୍ରମ ନିମନ୍ତେ ଷ୍ଟେଜ ପ୍ରସ୍ତୁତ ହୋଇ ସାରିଥିଲାl ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଥାନ୍ତା ରାଜ୍ୟ ସ୍ତରୀୟ ଫାଇନାଲ ନୃତ୍ୟ ପ୍ରତିଯୋଗିତା। କିନ୍ତୁ ନିଜର ପତିଆରା କମିଯିବା ଆଶଙ୍କାରେ ମନୋରଞ୍ଜନ ଭଳି କାର୍ଯ୍ୟକ୍ରମରେ ରାଜନୀତି ପ୍ରୟୋଗ କରି ବନ୍ଦ କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ପ୍ରକାଶ ଥାଉ କି, ପୂର୍ବରୁ ବିଭିନ୍ନ ସ୍ଥାନରେ ଅଡିସନ କାର୍ଯ୍ୟକ୍ରମ ସରିଥିବା ବେଳେ ଗଞ୍ଜାମ ମିନି ଷ୍ଟାଡିଅମରେ ଏହି ଷ୍ଟେଜ ପ୍ରୋଗ୍ରାମରେ ଜିଲା, ରାଜ୍ୟ ଓ ରାଜ୍ୟ ବାହାର ନୃତ୍ୟ ଶିଳ୍ପୀଙ୍କ କଳା ପଦର୍ଶନକୁ ସହର ବାସୀ ଉପଭୋଗ କରିବା ସହ ଗଞ୍ଜାମ ସହରର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତା l ହେଲେ ଏହା ପୂର୍ବରୁ କାର୍ଯ୍ୟକ୍ରମ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହେବା କଥା ସାମ୍ନାକୁ ଆସିବା ପରେ ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ସହରର ସମସ୍ତ ବର୍ଗର ଜନସାଧାରଣ ଘୋର ନିନ୍ଦା କରିଛନ୍ତି ।
Dharitri – Odisha’s No.1 Odia Daily

Share