Categories: Home Leftଖେଳ

ରାଜ୍ୟ ହକି ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ସିନିୟର ହକି ଚାମ୍ପିୟନଶିପ୍‌ ସୋମବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ ହକି ଆସୋସିଏଶନ ଅଫ ଓଡ଼ିଶାର ସାଧାରଣ ସମ୍ପାଦକ ସନାତନ ସାହୁ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ପ୍ରତିଯୋଗିତା ଅକ୍ଟୋବର ୧୪ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୨ଟି ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ୬୪୦ ଦକ୍ଷ ଖେଳାଳି ସେମାନଙ୍କ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଉଦ୍‌ଘାଟନୀ ମ୍ୟାଚରେ ପାରାଦୀପ ପୋର୍ଟ ୫-୩ ଗୋଲରେ ଇଷ୍ଟକୋଷ୍ଟ ରେଲଓ୍ବେକୁ ହରାଇ ଅଭିଯାନ ଆରମ୍ଭ କରିଛି। ସେହିପରି ଏସଏମ୍‌ଏସ୍‌ ହକି ଏକାଡେମୀ ୯-୦ରେ ମୟୂରଭଞ୍ଜ, ରାଉରକେଲା ସ୍ପୋଟର୍‌ସ ହଷ୍ଟେଲ ୭-୦ରେ ମାଲକାନଗିରି, ଓଏନ୍‌ଟିଏଚଏଚପିଏସ୍‌ ୧୦-୦ରେ ବରଗଡ଼କୁ ହରାଇ ଦେଇଛି। ସେହିପରି ସମ୍ବଲପୁର ୬-୦ରେ କନ୍ଧମାଳ ଏବଂ ଝାରସୁଗୁଡ଼ା ୭-୦ରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି।