ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଖବର ସୋମବାର ଜଣାପଡିବା ପରେ ନୀଳମାଧବଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ନୀଳମାଧବଙ୍କୁ ସ୍ଥାନୀୟ ଜିଲା କାର୍ଯ୍ୟାଳୟଠାରେ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି। ଏହାଦ୍ବାରା ଦଳୀୟ ସଂଗଠନ ବଢିବା ସହ ଜିଲାର ଉନ୍ନତିରେ ନୀଳ ମାଧବ ସହାୟକ ହେବେ ବୋଲି ତାଙ୍କ ସମର୍ଥକ ଆଶା ରଖିଛନ୍ତି।
ଅପରପକ୍ଷେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ବହୁ ନେତା ନୀଳମାଧବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୀଳ ମାଧବ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ଜଡିତ ରହି ବହୁ ପଦପଦବୀରେ ଥିଲେ। ଶେଷରେ ଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଉଚିତ ପଦବୀ ଦେଇଛି ବୋଲି ତାଙ୍କ ସମର୍ଥକମାନେ ଏଠାରେ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily