ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ପହଞ୍ଚିଥିଲେ। ଉକ୍ତ ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀ ଓ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେବା ସହ ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ l। ଚନ୍ଦନା ଦାଶ,କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଶିଶୁ ସୁରକ୍ଷା ରାଜ୍ୟ ମହିଳା ସଭ୍ୟା ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମୁଖ୍ୟ ଡ଼ଃ. ପ୍ରଶାନ୍ତ କୁମାର ନାୟକଙ୍କ ସହ ମନ୍ଦିର ପ୍ରତିଷ୍ଟା କମିତିରେ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମର୍ଦ୍ଧନା ଜଣାଇଥିଲେ।