Categories: Home Leftଖେଳ

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌ ପୂର୍ୱରୁ ଷ୍ଟାର୍କ ଉପଲବ୍ଧ ହେବେ ବୋଲି ଫ୍ରାଞ୍ଚାଇଜ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଅଷ୍ଟ୍ରେଲିଆନ ପେସର ଗତ ସିଜନରେ ୧୧ ମ୍ୟାଚ୍‌ରେ ୧୪ ଉଇକେଟ ନେଇଥିଲେ।

ଆମେ ଏବେ ବି କ୍ରିକେଟ ଅଷ୍ଟ୍ରେଲିଆଠାରୁ ଏନ୍‌ଓସି ଅପେକ୍ଷା କରିଛୁ। ଏନ୍‌ଓସି ମିଳିଲା ପରେ ହିଁ ସେ କେବେ ଦଳରେ ଯୋଗ ଦେବେ ଜଣାପଡ଼ିବ। ଆମେ ସିଏ ସହ ଯୋଗାଯୋଗରେ ଅଛୁ। ସେ ଏବେ ବୋଲିଂ କରୁଛନ୍ତି। ଯେଉଁ ପର୍ଯ୍ୟନ୍ତ ସିଏ ତାଙ୍କୁ ଖେଳିବା ପାଇଁ ଫିଟ୍‌ ଘୋଷଣା କରି ନାହିଁ, ଆମେ କିଛି କରିପାରିବୁ ନାହିଁ ବୋଲି ମୁଖ୍ୟ କୋଚ୍‌ ହେମଙ୍ଗ ବଦାନି କହିଛନ୍ତି। ମିଚେଲ ଷ୍ଟାର୍କଙ୍କ ଉପଲବ୍ଧତା ଉପରେ ନୀରବତା ଭାଙ୍ଗିଲା ଦିଲ୍ଲୀ କ୍ୟାପିଟାଲ୍ସ: ’ତାଙ୍କ ଫିଟନେସ ଚିନ୍ତାର ବିଷୟ, NOC ପାଇଁ ଅପେକ୍ଷା’

Share