ନୂଆଦିଲ୍ଲୀ,୩ା୯: ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। କିନ୍ତୁ ଏହା ଫ୍ରାଞ୍ଚାଇଜ୍ ପାଇଁ ଏକ ବରଦାନ ବୋଲି ସିଇଓ କାଶୀ ବିଶ୍ୱନାଥନ୍ ବୁଧବାର କହିଛନ୍ତି। ୮୦ ବର୍ଷୀୟ ଶ୍ରୀନିବାସନ୍ଙ୍କୁ କିଛି ସପ୍ତାହ ତଳେ ବସିଥିବା ଚେନ୍ନାଇ ଫ୍ରାଞ୍ଚାଇଜ୍ର ବୋର୍ଡ ମିଟିଂରେ ଚେୟାରମ୍ୟାନ ନିଯୁକ୍ତ କରାଯାଇଥିଲା।
‘ଶ୍ରୀନିବାସନ୍ ଫେରିବା ଆମ ପାଇଁ ଏକ ବରଦାନ ସଦୃଶ। ସେ ଆମ ଲାଗି ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସେ ସିଏସ୍କେକୁ ଫେରି ଆସିଥିବାରୁ ମୁଁ ବହୁତ ଖୁସି। ଅଧିକ ଟ୍ରାଭେଲ କରୁ ନ ଥିବାରୁ ସେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। କିନ୍ତୁ ଆମେ ତାଙ୍କ ଯୋଗାଯୋଗରେ ରହିବୁ’ ବୋଲି ବିଶ୍ୱନାଥନ୍ କହିଛନ୍ତି।