ଶ୍ରୀକ୍ଷେତ୍ର ଟିଭିଏସ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୮ା୧(ଅନୁରାଧା ମହାରଣା): ଟିଭିଏସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ‘ଶ୍ରୀକ୍ଷେତ୍ର ଟିଭିଏସ୍‌’ ସୋମବାର ଭୁବନେଶ୍ୱର ପଳାଶୁଣୀ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଶ୍ରୀକ୍ଷେତ୍ର ଟିଭିଏସ୍‌ର ଏମ୍‌ଡି ପରେଶ ନାଥ ସାହୁ, ନିର୍ଦ୍ଦେଶକ ଅବନିନ୍ଦ୍ର ସାହୁ ଏବଂ ଜିଏମ୍‌ ତ୍ରିଲୋଚନ ଖୁଣ୍ଟିଆଙ୍କ ସମେତ ଟିଭିଏସ୍‌ ମୋଟରର ଏଏନ୍‌ଏସ୍‌ଏମ୍‌ (ସେବା) ଇଷ୍ଟ୍‌ ଜୋନ୍‌ ସମୀର କୁମାର ସିଂ ପ୍ରମୁଖ ଶୋ’ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ସ୍ବୟଂଚାଳିତ କର୍ମଶାଳାକୁ ଦୀପକ ମହାପାତ୍ର ଏବଂ ଶୁଭଦୀପ ଗାଙ୍ଗୁଲି ଉଦ୍‌ଘାଟନ କରିଥିବାବେଳେ ବିକାଶ କୁମାର ସିହ୍ନା ଏବଂ ଦୀପାଂଶୁ କୁମାର ସ୍ପେୟାର୍‌ ପାର୍ଟସ କାଉଣ୍ଟର ଉନ୍ମୋଚନ କରିଛନ୍ତି। ଶ୍ରୀକ୍ଷେତ୍ର ଟିଭିଏସ୍‌ର ବ୍ୟାପକ ବିକ୍ରୟ, ସେବା, ଏବଂ ଅତିରିକ୍ତ ଅଂଶ ଉପଲବ୍ଧ ବୋଲି ପରିଚାଳନା ନିର୍ଦ୍ଦେଶକ ସୂଚନା ଦେବା ସହ ଗ୍ରାହକଙ୍କ ସନ୍ତୁଷ୍ଟତା ଏବଂ ଅସୁବିଧାଜନକ ଅଭିଜ୍ଞତା ପ୍ରଦାନ ପାଇଁ ଡିଲରଶିପ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।