Sri Lanka's cricket captain Dimuth Karunaratne celebrates with the stumps after their victory in the second and final Test cricket match between Sri Lanka and Bangladesh at the Pallekele International Cricket Stadium in Kandy on May 3, 2021. (Photo by LAKRUWAN WANNIARACHCHI / AFP) (Photo by LAKRUWAN WANNIARACHCHI/AFP via Getty Images)
ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ ଜିତି ନେଇଛି। ଫଳରେ ଘରୋଇ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ବିଜୟୀ ହୋଇଛି। ସୋମବାର ଅନ୍ତିମ ଦିବସରେ ବିଜୟ ହାସଲ ପାଇଁ ଶ୍ରୀଲଙ୍କା ୫ ଉଇକେଟ ଆବଶ୍ୟକ କରୁଥିଲା। ଜୟବିକ୍ରମ ତନ୍ମଧ୍ୟରୁ ୩ଟି ଅକ୍ତିଆର କରିଥିଲେ। ମ୍ୟାଚରେ ୧୭୮ରନ ବିନିମୟରେ ମୋଟ ୧୧ଟି ଉଇକେଟ ଅକ୍ତିଆର କରିଥିଲେ। ସକାଳେ ସେ ତାଙ୍କ ଦ୍ୱିତୀୟ ଓଭରରେ ଲିଟନ ଦାସ(୧୭)ଙ୍କୁ ଆଉଟ କରିଥିଲେ। ୨୨ବର୍ଷୀୟ ବାମହାତୀ ସ୍ପିନର ବାଂଲାଦେଶର ଶେଷ ଦୁଇ ଉଇକେଟ ୩ଟି ବଲ୍ ମଧ୍ୟରେ ପତନ ଘଟାଇଥିଲେ। ଦ୍ୱିତୀୟ ଇନିଂସରେ ସେ ୮୫ ରନ ଦେଇ ୫ଟି ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ସେ ୯୨ ରନ ଦେଇ ୬ ଉଇକେଟ ଅକ୍ତିଆର କରିଥିଲେ। ସେ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରନେତ୍ ପ୍ଲେୟର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ। ସେ ଖେଳିଥିବା ତିନୋଟି ଇନିଂସରେ ଗୋଟିଏ ଦ୍ୱିଶତକ, ଗୋଟିଏ ଅର୍ଦ୍ଧଶତକ ସମେତ ୪୨୮ରନ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ପ୍ରଥମ ଇନିଂସ: ୪୯୩/୭ ଘୋଷଣା
ବାଂଲାଦେଶ ପ୍ରଥମ ଇନିଂସ: ୨୫୧
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୧୯୪/୯, ଘୋଷଣା
ବାଂଲାଦେଶ ଦ୍ୱିତୀୟ ଇନିଂସ: ୨୨୭ (ମୁସ୍ଫିକର ରହିମ-୪୦, ମେହିଦି ହସନ-୩୯, ସୈଫ ହସନ-୩୪, ପ୍ରବୀଣ ଜୟବିକ୍ରମ-୫/୮୬, ରମେଶ ମେଣ୍ଡିସ-୪/୧୦୩)।