A soldier guards a fuel station in Colombo on March 22, 2022. - Sri Lanka ordered troops to petrol stations on March 22 as sporadic protests erupted among the thousands of motorists queueing up daily for scarce fuel. (Photo by Ishara S. KODIKARA / AFP) (Photo by ISHARA S. KODIKARA/AFP via Getty Images)
କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲରେ ଔଷଧ ନାହିଁ ତ ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ନାହିଁ । ଏଭଳି ସ୍ଥିତିରେ ଲୋକେ ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇଥିବା ୩ ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥିତି ଜଟିଳ ହୋଇ ପଡିଛି । ତେବେ ସୁରକ୍ଷା ଓ ଉତ୍ତେଜନା ପରିସ୍ଥିତିକୁ ଏଡାଇବା ପାଇଁ ଏବେ ସରକାରୀ ପେଟ୍ରୋଲ ପମ୍ପରେ ୨ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଏବେ ସେଠାରେ ପେଟ୍ରୋଲ ଲିଟର ପିଛା ଦର ୨୫୪ ଟଙ୍କାରେ ପହଞ୍ଚିଥିବା ବେଳେ ଏହାସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି ।