ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ। ଏହି ଘଟଣାରେ ଅବକାରୀ ବିଭାଗ ଜୁନାଗଡ଼ ସହର ୱାର୍ଡ ନଂ ୪ ର ସନ୍ତୋଷ ପଟ୍ଟନାୟକ(୪୬) ଓ କଟିଙ୍ଗପଦରର ରିଙ୍କୁ ମଙ୍ଗରାଜ (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ୩୩ ଲିଟର ନକଲି ବିଦେଶୀ ମଦ ସହ ନକଲି ବିଦେଶୀ ମଦ ଠିପି,ଖାଲି ବୋତଲ ,ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ) ଜବତ କରାଯାଇଛି। ସବୁଠାରୁ ଆର୍ଶ୍ଵଜ୍ୟର ବିଷୟ ହେଲା ଏହି ୨ ଅଭିଯୁକ୍ତ ସହରର ଏକ ବିଦେଶୀ ମଦ ଦୋକାନରେ କାମ କରୁଥିବାବେଳେ ଏହି ମଦକୁ ସେମାନେ କୁଆଡେ ନେଇଁ ବିକ୍ରି କରୁଥିଲେ ତାହାକୁ ନେଇଁ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ଏହି ୨ ଅଭିଯୁକ୍ତ ନାଁ ଆଉ କିଏ ମାଷ୍ଟ୍ରର ମାଇଣ୍ଡ ରହିଛନ୍ତି ତାହା ତଦନ୍ତ କରାଗଲେ ପ୍ରକୁତ ରହସ୍ୟ ସାମ୍ନାକୁ ଆସନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।