ରାସ୍ତାରେ ଝାଡ଼ୁ ମାରିବା ପୂର୍ବରୁ ପାଣି ଛିଞ୍ଚ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥିବା ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ସମସ୍ତ ମ୍ୟୁନିସିପାଲ କର୍ପୋରେଶନ ସମେତ ଅନ୍ୟ ସହରଗୁଡ଼ିକରେ ରାସ୍ତା ଝାଡ଼ୁ କରିବା ପୂର୍ବରୁ ପାଣି ଛିଞ୍ଚତ୍ବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ର ଜଳକୁ ବ୍ୟବହାର କରିବା ଲାଗି ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁନାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ। ଏଥିସହିତ ରାସ୍ତା ଓ ଫୁଟ୍‌ପାଥ ପାର୍ଶ୍ୱରେ ଘାସ ଏବଂ ଗୁଳ୍ମ ଜାତୀୟ ଗଛ ଲଗାଇବାକୁ ଏନ୍‌ଜିଟି ପରାମର୍ଶ ଦେଇଛନ୍ତି।