ଭୟଙ୍କର ଦୁର୍ଘଟଣା ବେଳେ ଜୀବନ ବଞ୍ଚାଇଥିବା ୨ ଦେବଦୂତଙ୍କୁ ଏହି ଉପହାର ଦେଇଛନ୍ତି ପନ୍ତ, ଅଷ୍ଟ୍ରେଲିଆରେ ହେଲା ଖୁଲାସା…

ନୂଆଦିଲ୍ଲୀ,୨୩।୧୧: ୨୦୨୨ ଡିସେମ୍ବର ୩୦…ଏହି ତାରିଖକୁ ଭାରତୀୟ କ୍ରିକେଟ ପ୍ରଶଂସକ କେବେ ବି ଭୁଲିପାରିବେ ନାହିଁ। କାରଣ ଏହି ଦିନ କ୍ରିକେଟର ଋଷଭ ପନ୍ତ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ତାଙ୍କ କାର୍‌ ଡିଭାଇଡରରେ ପିଟି ହୋଇଯାଇଥିଲା। ସେହି ସମୟରେ ଭଗବାନଙ୍କ ଦୂତ ସାଜି ପହଞ୍ଚିଥିଲେ ମିଲ୍‌ରେ କାମ କରୁଥିବା ୨ ଜଣ ବ୍ୟକ୍ତି। ସେମାନଙ୍କ ନାମ ଥିଲା ରଜତ ଏବଂ ନିଶୁ। ଦୁହେଁ ପନ୍ତଙ୍କୁ କାର୍‌ରୁ ବାହାରକୁ ଆଣି ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ। ତେବେ ଏହି ଦୁର୍ଘଟଣା ପରେ ସୁସ୍ଥ ହେବା ପରେ ପନ୍ତ ସେମାନଙ୍କୁ ଉପହାର ଦେଇଥିଲେ। ଏବେ ତାହା କ’ଣ ଥିଲା ଖୁଲାସା ହୋଇଛି।

ପନ୍ତ ଠିକ୍‌ ହେବା ପରେ ପ୍ରଥମେ ରଜତ୍‌ ଏବଂ ନିଶୁଙ୍କୁ ଭେଟିଥିଲେ। କ୍ରିକେଟର ତାଙ୍କୁ ସ୍କୁଟି ଭେଟି ଦେଇଥିଲେ। ଦୁହେଁ ତାକୁ ଏବେ ବି ଚଳାଉଛନ୍ତି। ସ୍କୁଟିରେ ପନ୍ତଙ୍କ ନାମ ଲେଖାଯାଇଛି। ଆଜି ବି ସେମାନଙ୍କ କଥା ପଡ଼ିଲେ ସବୁଦିନ ପାଇଁ ଋଣି ରହିବେ ବୋଲି ସେ କୁହନ୍ତି। ସୋସିଆଲ ମିଡିଆରେ ସେଦିନର ଭିଡିଓ ଭାଇରାଲ ହେବା ପରେ ପନ୍ତଙ୍କ ପ୍ରଶଂସକ ତାଙ୍କମାନଙ୍କୁ ସଲାମ କରୁଛନ୍ତି।

ତେବେ ପନ୍ତ ଏବେ ଅଷ୍ଟ୍ରେଲିଆରେ ଥିବା ବେଳେ ପ୍ରଶଂସକ ତାଙ୍କଠାରୁ ଜବରଦସ୍ତ ପ୍ରଦର୍ଶନ ଆଶା ରଖିଛନ୍ତି।

Share
Tags: Sports News