ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ମହମ୍ମଦ ସିରାଜ!

ନୂଆଦିଲ୍ଲୀ,୩୦।୧: ପ୍ରେମରେ ପଡ଼ିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ସିରାଜ। ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି। କଥାଟି କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବେ।
ମାହିରା ଅନେକ ଟେଲିଭିଜନ ଶୋ’ରେ କାମ କରିଛନ୍ତି। ହେଲେ ‘ବିଗ୍‌ ବସ୍‌ ୧୩’ ତାଙ୍କୁ ଲୋକପ୍ରିୟତା ଦେଇଥିଲା। ଏହା ପରଠାରୁ ସେ ଅନେକ ମ୍ୟୁଜିକ୍‌ ଭିଡିଓରେ ନଜର ଆସୁଛନ୍ତି।କିଛିଦିନ ପୂର୍ବେ ମାହିରାଙ୍କ ଗୋଟିଏ ଫଟୋକୁ ସିରାଜ ଲାଇକ୍‌ କରିଥିଲେ। ଏହାପରଠାରୁ ଉଭୟ ଡେଟ୍‌ କରୁଥିବା ଖବର ସାମ୍ନାକୁ ଆସିଥିଲା। ଏବେ ପୁଣିଥରେ ମାହିରା-ସିରାଜଙ୍କ ସମ୍ପର୍କ ଥିବା ଖବର ଖବର ଶିରୋନାମା ପାଲଟିଛି।
ସିରାଜଙ୍କ କଥା କହିଲେ ନିକଟରେ ତାଙ୍କ ନାମକୁ ଗାୟିକା ଆଶା ଭୋସଁଲେଙ୍କ ନାତୁଣୀଙ୍କ ସହ ଯୋଡ଼ା ଯାଇଥିଲା। ହେଲେ ଦୁହେଁ ପରସ୍ପରକୁ ଭାଇ ଭଉଣୀ ବୋଲି କହି ଏହାକୁ ଏଡାଇ ଯାଇଥିଲେ।