୪,୬,୬,୬,୪…ଧୋନୀଙ୍କ ଧୁରନ୍ଧରଙ୍କୁ ଆଣ୍ଠେଇଲେ ଯୁବରାଜଙ୍କ ଶିଷ୍ୟ, ଗୋଟିଏ ଓଭରରେ…

ହାଇଦ୍ରାବାଦ,୬।୪: ଆଇପିଏଲ୍‌ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏପ୍ରିଲ ୫ରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ଏକ ଓଭରରେ ସେ ୪,୬,୬,୬,୪ ରନ୍‌ କରି ୨୭ ରନ୍‌ ଯୋଡ଼ିଥିଲେ। ଏହି ଓଭର ଯୋଗୁ ଧୋନୀଙ୍କ ଟିମ୍‌ ବ୍ୟାକ୍‌ଫୁଟ୍‌କୁ ଚାଲିଆସିଥିଲା। ପରେ ମ୍ୟାଚ୍‌କୁ ସମ୍ଭାଳିବାର ସୁଯୋଗ ମିଳି ନ ଥିଲା।

ଏସବୁ ମଧ୍ୟରେ ଧୋନୀଙ୍କ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିବା ଅଭିଷେକଙ୍କ ବିଷୟରେ ବଡ଼ ଖବର ଜଣାପଡ଼ିଛି। ସେ ଯୁବରାଜ ସିଂଙ୍କ ଚେଲା(ଶିଷ୍ୟ)। ଯୁବରାଜ ହିଁ ଅଭିଷେକଙ୍କୁ ଟ୍ରେନିଂ ଦେଇଛନ୍ତି। ସର୍ବଦା ସେ ସୋସିଆଲ ମିଡିଆରେ ଯୁବରାଜଙ୍କ ସହ ନଜର ଆସିଥାନ୍ତି।

ଅଭିଷେକଙ୍କ ବ୍ୟାଟିଂକୁ ନେଇ ଯୁବରାଜ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ତୁମ ସହ ଅଛି, ପୁଣି ଥରେ ଭଲ ଖେଳିଲ, ହେଲେ ଖରାପ ଶର୍ଟ ଯୋଗୁ ଆଉଟ୍‌ ହେଲ।

Share
Tags: IPL 2024