ଯାଉ ଯାଉ ଟିମ୍‌ ଇଣ୍ଡିଆର ସମର୍ଥନରେ ବଡ଼ କଥା କହିଦେଲେ ଷ୍ଟିଭ୍‌ ସ୍ମିଥ୍‌

ଦୁବାଇ,୫।୩: ଚାମ୍ପିଅନ୍ସ ଟ୍ରଫିର ମୁକାବିଲାକୁ ଦୁବାଇରେ ଖେଳିବାର ଲାଭ ଟିମ୍‌ ଇଣ୍ଡିଆକୁ ମିଳୁଥିବା ନେଇ ଅନେକ ବିତର୍କ ହୋଇଆସୁଛି। ହେଲେ ଏବେ ସେମିଫାଇନାଲରେ ପରାଜିତ ହୋଇଥିବା ଟିମ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିଛି। ତେବେ ଅବସର ଘୋଷଣା କରିଥିବା ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଏହାକୁ ପ୍ରତ୍ୟାଖ୍ୟାନ କରି ଏକ ବଳିଷ୍ଠ ଟିମ୍‌ ସେମାନଙ୍କୁ ପଛରେ ପକାଇଦେଲା ବୋଲି କହିଛନ୍ତି।

ଆଇସିସିର ଏହି ଟୁର୍ନାମେଣ୍ଟରୁ ଅଷ୍ଟ୍ରେଲିଆ ବାଦ୍‌ ପଡ଼ିବା ପରେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ସ୍ମିଥ୍‌। ତେବେ ସେ ପରାଜିତ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ଭାରତ ମଙ୍ଗଳବାର ବିଜେତା ହେବା ଲାଗି ଭଲ କ୍ରିକେଟ ଖେଳିଥିଲା। ମୁଁ ପୂର୍ବରୁ ହୋଇଆସୁଥିବା ବିତର୍କକୁ ଗ୍ରହଣ କରୁନାହିଁ। ଭାରତ ଏଠାରେ ଭଲ କ୍ରିକେଟ ଖେଳିଛି। ଏଠାକାର ପିଚ୍‌ ସ୍ପିନରଙ୍କ ଅନୁକୂଳ। ମାତ୍ର ତାଙ୍କ ନିକଟରେ ଦ୍ରୁତ ବୋଲର ଥିଲେ। ଫଳରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଭଲ ଥିଲା ଏବଂ ଦଳ ବିଜେତା ହୋଇଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ସ୍ମିଥ୍‌ କହିଥିଲେ ଯେ, ଏହା ବ୍ୟାଟିଂ ଲାଗି ଭଲ ପିଚ୍‌ ନ ଥିଲା। ଗତ କିଛି ମାସ ମଧ୍ୟରେ ଏଠାରେ ବହୁତ ମ୍ୟାଚ୍‌ ଖେଳାଯାଇଛି। ଏଣୁ ମଇଦାନରେ ଫାଟ ଆସିଛି। ଏହି କାରଣରୁ ଏଠାରେ ଟୁର୍ନାମେଣ୍ଟରେ ୩୦୦ରୁ ଅଧିକ ସ୍କୋର ଦେଖିନାହୁଁ ବୋଲି ସେ କହିଛନ୍ତି।