ବଡ଼ ଖବର: ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍‌ ପଡ଼ିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ର ୧୬ତମ ମୁକାବିଲା ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଖେଳାଳି ରୋହିତ ଶର୍ମା ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ଏକାଦଶରେ ସ୍ଥାନ ମିଳିନାହିଁ। ଏପରିକି ସେ ଇମ୍‌ପ୍ୟାକ୍ଡ ପ୍ଲେୟାର ତାଲିକାରେ ମଧ୍ୟ ନାହାନ୍ତି। ନେଟ୍ସରେ ଅଭ୍ୟାସ ସମୟରେ ଆଘାତ ସମସ୍ୟାକୁ ନେଇ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ତେବେ ଚଳିତ ଆଇପିଏଲ୍‌ରେ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି ରୋହିତ ଶର୍ମା। ଲଗାତାର ୩ ମ୍ୟାଚ୍‌ରେ ସେ ବିଫଳ ହୋଇଥିଲେ। ଚେନ୍ନାଇ ବିପକ୍ଷରେ ସେ ଖାତା ଖୋଲିପାରି ନ ଥିଲେ। ସେହିଭଳି ଗୁଜରାଟ ବିପକ୍ଷରେ ତାଙ୍କ ବ୍ୟାଟ୍‌ରୁ ୮ ରନ୍‌ ଆସିଥିବା ବେଳେ କେକେଆର୍‌ ବିପକ୍ଷରେ ସେ ୧୩ ରନ୍‌ କରିଥିଲେ। ଅର୍ଥାତ ୩ ମ୍ୟାଚ୍‌ରେ ସେ ମାତ୍ର ୭% ହାରରେ ୨୧ ରନ୍‌ କରିଥିଲେ।

ରୋହିତ ବାଦ୍‌ ପଡ଼ିବାକୁ ନେଇ ହାର୍ଦ୍ଦିକ କହିଛନ୍ତି, ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଲକ୍ଷ୍ନୌରେ ଅଭ୍ୟାସ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ତେବେ ସେ କେତେ ମ୍ୟାଚ୍‌ରୁ ବାଦ୍‌ ପଡ଼ିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share