IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବୀରେ ଆୟୋଜିତ ହେଉଛି। ଏଥିରେ ୩୭୯ ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ, ଯେଉଁମାନେ ଟୁର୍ନାମେଣ୍ଟରେ ନିଜ ସ୍ଥାନ ପାଇବା ଆଶାରେ ନୀଲାମୀରେ ସାମିଲ ହୋଇଛନ୍ତି। ଅପରପକ୍ଷେ ୧୦ଟି ଦଳ ୭୭ ଜଣ ଖେଳାଳିଙ୍କୁ କିଣିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସମସ୍ତ ଦଳର ମିଶ୍ରିତ ପର୍ସରେ ୨୩୭ କୋଟି ୫୫ ଲକ୍ଷ ଟଙ୍କା ଉପଲବ୍ଧ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସର ନୀଲାମୀରେ ଅଧିକ ଭୂମିକା ରହିବ ନାହିଁ, କାରଣ ତାଙ୍କ ପାଖରେ ମାତ୍ର ୨ କୋଟି ୭୫ ଲକ୍ଷ ଟଙ୍କା ରହିଛି ଏବଂ ସେ କିଛି ଅନକ୍ୟାପ୍ଡ ଖେଳାଳିଙ୍କୁ ସେମାନଙ୍କ ଆଧାର ମୂଲ୍ୟରେ ହିଁ କିଣିପାରିବେ। ଛୋଟ ନୀଲାମୀ ସବୁବେଳେ ବଡ଼ ନୀଲାମୀଠାରୁ ଅଧିକ ରୋଚକ ହୋଇଥାଏ, କାରଣ ଫ୍ରାଞ୍ଚାଇଜଗୁଡ଼ିକ ବିଶେଷ ପସନ୍ଦ ସହ ଆସନ୍ତି ଏବଂ ଭିନ୍ନ ଭିନ୍ନ କୌଶଳ ଥିବା ଖେଳାଳିଙ୍କୁ ନିଜ ସହ ଯୋଡ଼ିବା ପାଇଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଯିବାକୁ ପ୍ରସ୍ତୁତ ରହନ୍ତି। ଏହି କାରଣରୁ ଏହାର ପ୍ରତ୍ୟେକ ଅପ୍‌ଡେଟ୍‌ ଉପରେ ସମସ୍ତଙ୍କ ନଜର ରହିବ।
ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ଖେଳାଳିମାନେ (ଆଇପିଏଲ ୨୦୨୬ ନୀଲାମୀ ବିକ୍ରି ଖେଳାଳି ତାଲିକା):
ଡେଭିଡ ମିଲର୍‌ (ଡିସି) – ୨ କୋଟି
କ୍ୟାମେରନ ଗ୍ରୀନ (କେକେଆର୍‌) – ୨୫.୨୦ କୋଟି
ବାନିନ୍ଦୁ ହସରଙ୍ଗା (ଏଲଏସ୍‌ଜିି) – ୨ କୋଟି
ଭେଙ୍କଟେଶ ଆୟର୍‌ (ଆର୍‌ସିବି) – ୭ କୋଟି
କ୍ୱିଣ୍ଟନ ଡି କକ (ଏମଆଇ) – ୧ କୋଟି
ବେନ ଡକେଟ (ଡିସି) – ୨ କୋଟି
ଫିନ ଆଲେନ (କେକେଆର୍‌) – ୨ କୋଟି
ଜ୍ୟାକବ ଡଫି (ଆର୍‌ସିବି) – ୨ କୋଟି
ମଥୀଶା ପଥିରାନା (କେକେଆର୍‌) – ୧୮ କୋଟି
ରବି ବିଶ୍ନୋଇ (ଆର୍‌ଆର୍‌) – ୭.୨୦ କୋଟି
ଅକିଲ ହୁସେନ (ସିଏସ୍‌କେ) – ୨ କୋଟି
ଆକିବ ଡାର୍‌ (ଡିସି) – ୮.୪୦ କୋଟି
ପ୍ରଶାନ୍ତ ବୀର (ସିଏସ୍‌କେ) – ୧୪.୨୦ କୋଟି
କାର୍ତ୍ତିକ ଶର୍ମା (ସିଏସ୍‌କେ) – ୧୪.୨୦ କୋଟି
ତେଜସ୍ବୀ ସିଂହ (କେକେଆର୍‌) – ୩ କୋଟି
ମୁକୁଳ ଚୌଧୁରୀ (ଏଲଏସ୍‌ଜି) – ୨.୬୦ କୋଟି
ଶିବାଙ୍ଗ କୁମାର (ଏସଆର୍‌ଏଚ୍‌) – ୩୦ ଲକ୍ଷ
କାର୍ତ୍ତିକ ତ୍ୟାଗୀ (କେକେଆର୍‌) – ୩୦ ଲକ୍ଷ
ଅଶୋକ ଶର୍ମା (ଜିଟି) – ୯୦ ଲକ୍ଷ
ନମନ ତିୱାରୀ (ଏଲଏସ୍‌ଜି) – ୧ କୋଟି
ବିଗ୍ନେଶ ପୁଥୁର (ଆର୍‌ଆର୍‌) – ୩୦ ଲକ୍ଷ

ଏହି ନୀଲାମୀରେ ଅନକ୍ୟାପ୍ଡ ଖେଳାଳିମାନେ ବଡ଼ ଧନରାଶି ପାଇଛନ୍ତି, ଯେଉଁଥିରେ ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମା ସିଏସ୍‌କେ ଦ୍ୱାରା ୧୪.୨୦ କୋଟି ଲେଖାଏରେ କିଣାଯାଇ ଇତିହାସ ରଚିଛନ୍ତି। ନୀଲାମୀ ଏପର୍ଯ୍ୟନ୍ତ ଚାଲିଛି ଏବଂ ଆଗକୁ ଆହୁରି ରୋଚକ ମୋଡ଼ ଆସିବ।

Dharitri – Odisha’s No.1 Odia Daily

Share