ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ବରଗଡ଼ରେ ଗାଡି ଚଳାଚଳ ଠପ୍‌

ବରଗଡ,୨୮।୧(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସଂଯୁକ୍ତ କୃଷକ ସଙ୍ଗଠନ, କୋଶଲ ସେନା, କଂଗ୍ରେସ ସମେତ ବିଭିନ୍ନ ଅନୁଷ୍ଠାନ ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି। କୃଷକମାନଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ କୃଷକଙ୍କୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉପହାସ କରିଥିବା ଅଭିଯୋଗରେ ତାଙ୍କ ଇସ୍ତଫା, ଧାନବିକ୍ରି ସମସ୍ୟାର ସମାଧାନ, ପଲ୍ୟୁସନ ନାଁରେ ଜୋରିମାନା ଆଦାୟ ବନ୍ଦ, ସ୍ମାର୍ଟ ମିଟର ସଂଯୋଗ ବନ୍ଦ, କୃଷିକ୍ଷେତ୍ରରେ ଚାଷୀଙ୍କୁ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଦୋକାନ, ବଜାର ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ ଠପ୍‌ ହୋଇ ଯାଇଛି। ବରଗଡ ଗାନ୍ଧିଛକରେ ବିଭିନ୍ନ ସଂଗଠନର ପ୍ରତିନିଧି ସମବେତ ହୋଇଛନ୍ତି ଏବଂ ରାସ୍ତା ଉପରେ ବସି ଦାବି ନେଇ ନାରାବାଜି କରୁଛନ୍ତି।

 

Dharitri – Odisha’s No.1 Odia Daily