ଦାରିଙ୍ଗବାଡି, ୪/୧୧ (ଅରୁଣ ସାହୁ): ଚାଲିଛି କାର୍ତ୍ତିକ ବ୍ରତ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ସବୁଠି ହରେକୃଷ୍ଣ ନାମ ଜପ ସହ କୀର୍ତ୍ତିନ ଭଜନ ଜମୁଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ତେବେ ଦେଖିବାକୁ ମିଳୁଛି। ଯୁବପିଢ଼ିଙ୍କ ମଧ୍ୟରେ ସେହି ପୁରୁଣା ପରମ୍ପରା ନୃତ୍ୟ ରାଧାକୃଷ୍ଣ ବେଶଧାରୀ ସହ ରାଧା କୃଷ୍ଣଙ୍କ ବେଶରେ କୀର୍ତ୍ତନର ତାଳେ ତାଳେ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ କୀର୍ତ୍ତନମଣ୍ଡଳୀ ଆଖପାଖ ଗାଁ ପରିକ୍ରମା କରି ଏଭଳି ବୁଲୁଥିବା ଦେଖିବାକୁ ମିଳିଛି। ମୃଦଙ୍ଗ, ଗିନି, ଘଣ୍ଟା ଶବ୍ଦ ରେ ଦାରିଙ୍ଗବାଡି ଅଞ୍ଚଳ ପ୍ରକମ୍ପିତ ହେଉଛି। ହଜିଯାଇଥିବା ଏହି ପରମ୍ପରାକୁ ପୁଣି ଯୁବପିଢ଼ି ପୁନଃରୁଦ୍ଧାର କରି ଏଭଳି ରାଧାକୃଷ୍ଣ ବେଶରେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡି ସମେତ ଶ୍ରାନିକେତା, କିରିକୁଟି, ସିମନବାଡି, ଦଣ୍ଡିମା, ଗ୍ରୀନବାଡି, ଭ୍ରମରବାଡି, ବ୍ରାହ୍ମଣୀଗାଁ, ଗଦାପୁର ଆଦି ଅଞ୍ଚଳରେ କାର୍ତ୍ତିକବ୍ରତ, ନାମଯାଜ୍ଞ, ଘୃତ ଯଜ୍ଞ, ଅର୍ନ୍ନ ଯଜ୍ଞ ଆଦି ଚାଲିଛି।