Categories: Home Leftଖେଳ

୧୦ ଓଭରରେ ଭାରତ ୬୬/୩

କୋଲକାତା,୨୦।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଭଲ ଆରମ୍ଭ ମିଳି ନାହିଁ। ୧୦ ଓଭର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଉଇକେଟ କ୍ଷତିରେ ୬୬ ରନ୍‌ କରିଛି। ଅନେକ ଦିନ ପରେ ସୁଯୋଗ ପାଇଥିବା ଋତୁରାଜ ଗାଏକ୍ୱାଡ (୪) ପ୍ରଥମ ବ୍ୟାଟର ଭାବେ ପ୍ୟାଭିଲିଅନ ଫେରିଥିଲେ। ତା’ ପରେ ବ୍ୟାଟିଂ ଆସିଥିବା ଶ୍ରେୟାସ ଆୟାର(୨୫) ଅନ୍ୟ ଓପନର ଇଶାନ କିଷନ(୩୪)ଙ୍କ ମିଶି ୫୩ ରନ୍‌ ଯୋଡ଼ିଥିଲେ। ମାତ୍ର ଦୁଇ ଓଭରରେ ଦୁହିଁଙ୍କ ଉଇକେଟ ପଡ଼ିଯିବାରୁ ଟିମ୍‌ ଇଣ୍ଡିଆ ଏବେ ସଙ୍କଟରେ ପଡ଼ିଛି। ଅଧିନାୟକ ରୋହିତ ଶର୍ମା (୧*) ଓ ସୂର୍ଯ୍ୟକୁମାର ଯାଦବ (୧) ବ୍ୟାଟିଂ କରୁଛନ୍ତି।