ସ୍ପାଇସ୍‌ମନିର ଉଦ୍ୟମ ସେବା

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଘରୋଇ ଆଇଟି ସଂସ୍ଥା ଡିଜିସ୍ପେସ୍‌ ଟେକ୍ନୋଲୋଜିସ୍‌ର ସହାୟକ କମ୍ପାନୀ ସ୍ପାଇସ୍‌ମନିର ଉଦ୍ୟମ ସେବାର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାମୀଣ ଭାରତରେ ବାସ କରୁଥିବା ଲୋକମାନଙ୍କ ପାଖରେ ସରକାରୀ ସେବାଗୁଡ଼ିକୁ ପହଞ୍ଚାଇବାର ଉଦ୍ୟମ ଜାରି ରଖାଯାଇଛି। ଏପରିକି ୨ ଲକ୍ଷରୁ ଅଧିକ ଗ୍ରାମରେ ୧୯ ଲକ୍ଷ ପାନ୍‌ କାର୍ଡ ଏବଂ ୧.୫ ଲକ୍ଷ ଉଦ୍ୟମ ଆଧାର କାର୍ଡ ଜାରି କରାଯାଇଛି। ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଉଦ୍ୟମ ପ୍ଲାଟ୍‌ଫର୍ମରେ ୧କୋଟିରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକୃତ ହୋଇଛନ୍ତି ଏବଂ ୭.୬ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ ୧.୭ କୋଟି ମହିଳା ଥିବା ଜଣାପଡ଼ିଛି। ୨୦୨୨ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସ୍ପାଇସ୍‌ମନି ୧.୫ ଲକ୍ଷ ଉଦ୍ୟମ ଆଧାର କାର୍ଡ ଜାରି କରିଛି। ଭାରତରେ ୧୩୯ କୋଟିରୁ ଅଧିକ ଲୋକ ଥିବା ବେଳେ ଆଧାର ସହିତ ୪୩.୩୪ କୋଟି ପାନ୍‌ କାର୍ଡ ଲିଙ୍କ୍‌ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି