ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ିକାରିପିଠାରେ ରହିଥିବା ଦେବଭୂମି ଋଷିମାଳରେ ଶନିବାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ହୋମଯଜ୍ଞ ସହ ପୂଜାର୍ଚନା, ଶାନ୍ତି ପାଠ ଆଦି କରାଯାଇଥିଲା। ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ପହଞ୍ଚି ସେହି ହୋମରେ ଯୋଗଦାନ କରିବା ସହ ଆଶ୍ରିର୍ବାଦ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହୋମଯଜ୍ଞ ସହ ଅନ୍ନଯଜ୍ଞର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରରିପେକ୍ଷୀରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଗଞ୍ଜାମ ଜତଲା ଶୀତଳପାଲି ଆଶାରାବାପୁଙ୍କ ଆଶ୍ରମ ପକ୍ଷରୁ ଶୀତ ବସ୍ତ୍ର, କମ୍ବଳ,ଆବଶ୍ୟକ ଚଳଣି ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଧର୍ମେଷ କୁମାର ପାଳ ପରିଚାଳନା କରିଥିବା ବେଳେ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ, ଋଷିମାଳ ଟ୍ରଷ୍ଟର ସଭାପତି ପ୍ରଭାକର ବିଶୋଇ,ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଦେବଭୂମି ଋଷିମାଳ ମହାବାରୁଣୀ କ୍ଷେତ୍ର ଭାବେ ପରିଚିତ କୁହାଯାଏ ଗଙ୍ଗାଙ୍କ ଠାରୁ ଏକ ହଜାର ବର୍ଷ ଋଷିମାଳ ବଡ଼ ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଋଷିମାଳ ବୁଲିବାକୁ ଆସୁଥିବା ନଜିର ରହିଛି।