Blood sample tube positive with COVID-19 or novel coronavirus 2019 found in Wuhan, China
ସାଉଥ୍ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଏବେ ସେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି।
ନିକଟରେ ରାମ ଚରଣ ନିଜର କରୋନା ପରୀକ୍ଷା କରାଇଥିଲେ। ଏବେ ରିପୋର୍ଟ ପଜିଟିଭ ଆସିଛି। ସୋସିଆଲ ମିଡିଆରେ ନିଜର କରୋନା ପଜିଟିଭ ଆସିଥିବା ନେଇ ସେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ସୂଚନା ଦେଇ ସେ ଲେଖିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ମୋ ନିକଟରେ କୌଣସି ଲକ୍ଷଣ ନାହିଁ, କିନ୍ତୁ ମୁଁ କ୍ୱାରାଣ୍ଟାଇନ୍ରେ ଅଛି। ଖୁବ୍ଶୀଘ୍ର ମୁଁ ସୁସ୍ଥ ହୋଇ ଫେରିବି ବୋଲି କହିଛନ୍ତି। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷା କରାଇ ଦେବାକୁ ସେ ଅନୁରୋଧ କରିଛନ୍ତି।