ରାଷ୍ଟ୍ରପତି ରାକାଫୋସା ଏଏନ୍‌ସି ନେତା ନିର୍ବାଚିତ

ଜୋହାନ୍ସବର୍ଗ ,୧୯।୧୨: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍‌ ରାମାଫୋସା ସୋମବାର ଶାସକ ଦଳ ଆଫ୍ରିକାନ୍‌ ନ୍ୟାଶନାଲ କଂଗ୍ରେସ (ଏଏନ୍‌ସି) ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ୭୦ ବର୍ଷୀୟ ରାମାଫୋସା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜ୍ୱେଲି ମଖିଜେଙ୍କୁ ପରାସ୍ତ କରିିଛନ୍ତି। କୋଭିଡ୍‌ ମହାମାରୀ ବେଳେ ଜ୍ୱେଲି ଓ ତାଙ୍କ ସହଯୋଗୀମାନେ ବହୁକୋଟି ଟଙ୍କା ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ହେବା ପରେ ସେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ରାଷ୍ଟ୍ରପତି ରାମାଫୋସା ମନିଲଣ୍ଡରିଂ ଦୁର୍ନୀତି ମହାଭିଯୋଗରୁ ବର୍ତ୍ତିଯିବା ପରେ ତାଙ୍କୁ ଶାସକ ଦଳର ନେତା ଭାବେ ପୁନଃ ନିର୍ବାଚିତ କରାଯାଇଛି। ରାଷ୍ଟ୍ରପତିଙ୍କ ଘନିଷ୍ଠ ସହଯୋଗୀ ପଉଲ୍‌ ମାଶାଟିଲେଙ୍କୁ ଦଳର ଉପଧ୍ୟକ୍ଷ ନିର୍ବାଚିତ କରାଯାଇଛି।