South Africa's Pite van Biljon (L) and Reeza Hendricks run between the wickets during the second T20 international cricket match between Pakistan and South Africa at the Gaddafi Cricket Stadium in Lahore on February 13, 2021. (Photo by Aamir QURESHI / AFP) (Photo by AAMIR QURESHI/AFP via Getty Images)
ଲାହୋର ୧୪ା୨: ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ସ୍ତରକୁ ନେଇ ଆସିଛି। ଗୁରୁବାର ଅନୁଷ୍ଠିତ ପ୍ରଥମ ଟି୨୦ରେ ପାକିସ୍ତାନ ୩ରନରେ ବିଜୟ ହାସଲ କରିଥିଲା। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଡ୍ବେନ ପ୍ରିଟୋରିଅସ୍ (୫/୧୭)ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ଘରୋଇ ଦଳର ସ୍କୋର ୧୪୪/୭ରେ ସୀମିତ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ୧୬.୨ଓଭରରେ ୪ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ପାକିସ୍ତାନ ଇନିଂସ: ୨୦ଓଭରରେ ୧୪୪/୭ (ମହମ୍ମଦ ରିଜଓ୍ବାନ-୫୧, ଫହିମ୍ ଅଶ୍ରଫ୍-୩୦*, ଇଫ୍ତିକର ଅହମ୍ମଦ-୨୦; ଡ୍ବେନ ପ୍ରିଟୋରିଅସ୍-୫/୧୭)।
ଦକ୍ଷିଣ ଆଫ୍ରିକା ଇନିଂସ: ୧୬.୨ ଓଭରରେ ୧୪୫/୪ (ରିଜା ହେଣ୍ଡ୍ରିକ୍ସ-୪୨, ପିଟ୍ ଭାନ୍ ବିଲ୍ଜୋନ୍-୪୨, ଡେଭିଡ୍ ମିଲର-୨୫*; ଶାହିନ ଆଫ୍ରିଦି-୨/୧୮)।