Categories: Home Leftଖେଳ

ନ୍ୟୁଜିଲାଣ୍ଡକୁ ହରାଇ ଚତୁର୍ଥ ଥର ରଗ୍‌ବୀ ବିଶ୍ୱକପ୍‌ ଟାଇଟଲ ହାସଲ କଲା ଦକ୍ଷିଣ ଆଫ୍ରିକା

ପ୍ୟାରିସ, ୨୯ା୧୦: ଗତଥରର ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଚତୁର୍ଥ ଥର ପାଇଁ ରଗ୍‌ବୀ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ପ୍ରତିଯୋଗିତାର ଫାଇନାଲରେ ଦଳ ୧୨-୧୧ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି।

ଫାଇନାଲରେ ପ୍ରଥମ ଖେଳାଳି ଭାବେ ନ୍ୟୁଜିଲାଣ୍ଡ ଅଧିନାୟକ ସାମ୍‌ କେନ୍‌ଙ୍କୁ ରେଡ୍‌କାର୍ଡ ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ସମସ୍ତ ପଏଣ୍ଟ ସ୍କୋର କରିଥିଲେ ଫ୍ଲାଏହାଫ୍‌ ହାଣ୍ଡ୍ରେ ପୋଲାର୍ଡ। ସୂଚନାଯୋଗ୍ୟ ୧୯୯୫ ସଂସ୍କରଣରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଚାମ୍ପିୟନ ହୋଇଥିଲା। ନ୍ୟୁଜିଲାଣ୍ଡ ଫାଇନାଲ ଜିତିଥାନ୍ତା ତେବେ ଦଳର ଏହା ୫ମ ଫାଇନାଲରେ ଚତୁର୍ଥ ଟାଇଟଲ ହୋଇଥାନ୍ତା।