Categories: Home Leftଖେଳ

ଅବସରରୁ ଫେରିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର; ପାକିସ୍ତାନ ଗସ୍ତ ପାଇଁ ତିନି ଅଧିନାୟକ ଘୋଷଣା

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍‌-ରକ୍ଷକ କ୍ୱିଣ୍ଟନ ଡି’କକ୍‌ ୨୦୨୩ ଦିନିକିଆ ବିଶ୍ୱକପ ପରେ ଅବସର ନେଇଥିବା ଦିନିକିଆ କ୍ରିକେଟ୍‌ରୁ ଦୁଇ ବର୍ଷ ପରେ ଫେରିବାକୁ ପ୍ରସ୍ତୁତ। ସୋମବାର ପାକିସ୍ତାନ ଗସ୍ତ ପାଇଁ ଘୋଷିତ ଦକ୍ଷିଣ ଆଫ୍ରିକାର ଦିନିକିଆ ଓ ଟି-୨୦ ଦଳରେ ତାଙ୍କୁ ସାମିଲ କରାଯାଇଛି। ନିୟମିତ ଅଧିନାୟକ ଟେମ୍ବା ବାଭୁମା ଦୀର୍ଘ ଫର୍ମାଟରୁ ବାଦ ପଡ଼ିବା ପରେ ଏହି ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ତିନି ଅଧିନାୟକ ଘୋଷଣା କରିଛି।

ଅକ୍ଟୋବର ୧୨ରୁ ୨୪ ତାରିଖ ମଧ୍ୟରେ ଲାହୋର ଓ ରାୱାଲପିଣ୍ଡିରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଡିଫେଣ୍ଡ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା, ଯେଉଁଠି ସିନିୟର ବ୍ୟାଟର ଏଡେନ ମାର୍କରାମ ନେତୃତ୍ୱ ଦେବେ। ଡେଭିଡ୍‌ ମିଲର ଟି-୨୦ ଦଳର ଅଧିନାୟକ ହେବେ, ଆଉ ମାଥ୍ୟୁ ବ୍ରୀଟ୍ଜକେ ଦିନିକିଆ ଦଳର ନେତୃତ୍ୱ ନେବେ। ଏହା ସହ ଅକ୍ଟୋବର ୧୧ରେ ୱିଣ୍ଡହୋକ୍‌ରେ ନାମିବିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଡୋନୋଭାନ ଫେରେରା ଅଧିନାୟକ ହେବେ।

୩୨ ବର୍ଷୀୟ ଡି’କକ୍‌, ଯିଏ ଗତ ଦଶକରେ ୬୭୦୦ରୁ ଅଧିକ ରନ୍‌ ଓ ୨୧ଟି ଶତକ ସହ ପ୍ରୋଟିଆସ୍‌ ପାଇଁ ତୃତୀୟ ସର୍ବାଧିକ ଶତକ ହାସଲ କରିଛନ୍ତି, ତାଙ୍କ ଦିନିକିଆ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ବଡ଼ ଶକ୍ତି ଯୋଗାଇବ। ଟେଷ୍ଟ ଦଳରେ ମାର୍କରାମଙ୍କ ସହ କେଶବ ମହାରାଜ (ଦ୍ୱିତୀୟ ଟେଷ୍ଟ), କାଗିସୋ ରାବାଡା ଓ ମାର୍କୋ ଜାନସେନ୍‌ ପରି ଖେଳାଳି ରହିଛନ୍ତି। ଟି-୨୦ ଓ ଦିନିକିଆ ଦଳରେ ଡି’କକ୍‌ଙ୍କ ସହ ନାନ୍ଦ୍ରେ ବର୍ଗର, ଜେରାଲ୍ଡ କୋଏଟଜୀ ଓ ଲୁଙ୍ଗି ଙ୍ଗିଡି ସ୍ଥାନ ପାଇଛନ୍ତି।

Share