Categories: Home Leftଖେଳ

ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍‌

ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ପାଖରେ ଏବେ ସିରିଜ୍‌ ଜିତିବାର ସୁଯୋଗ ଅଛି। ସେଞ୍ଚୁରିଆନଠାରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୧୫୪ ରନ୍‌ରେ ରୋକି ଦେଇଛନ୍ତି ଭ୍ରମଣକାରୀ ବୋଲର। ଏଣୁ ଇତିହାସରେ ନାମକୁ ସ୍ବର୍ଣ୍ଣ ଅକ୍ଷରରେ ଲେଖିବା ପାଇଁ ବାଂଲାଦେଶକୁ ୧୫୫ ରନ୍‌ ଦରକାର।

ଟସ୍‌ ଜିତି ବ୍ୟାଟିଂ କରିଥିବା ଘରୋଇ ଦଳକୁ ଯଥେଷ୍ଟ ଭଲ ଆରମ୍ଭ ଦେଇଥିଲା ଜାନ୍ନେମନ ମଲାନ (୩୯) ଏବଂ କ୍ୱିଣ୍ଟନ ଡି’କକ୍‌(୧୨)ଙ୍କ ଯୋଡ଼ି। ଦୁହେଁ ୪୬ ରନ୍‌ ଯୋଡ଼ିଥିଲେ। ତା’ ପରେ ତାସ୍କିନ ଅହମ୍ମଦ (୫ ଉଇକେଟ) ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌ ଅପ୍‌କୁ ଧ୍ୱଂସ କରି ଦେଇଥିଲେ। ଏପରିକି ୪୬ ରନ୍‌ରେ ପ୍ରଥମ ଉଇକେଟ ହରାଇଥିବା ଘରୋଇ ଦଳ ୧୫୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ୫ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁଥିଲେ। ହେଲେ ତାହା ଯଥେଷ୍ଟ ନ ଥିଲା।