Sri Lanka's Dinesh Chandimal (L) celebrates after scoring a half-century (50 runs) with his teammate Sri Lanka's Niroshan Dickwella (R) during the first day of the first Test cricket match between South Africa and Sri Lanka at SuperSport Park in Centurion on December 26, 2020. (Photo by Christiaan Kotze / AFP) (Photo by CHRISTIAAN KOTZE/AFP via Getty Images)
ସେଞ୍ଚୁରିଅନ୍, ୨୭ା୧୨ – ସ୍ଥାନୀୟ ସୁପର ସ୍ପୋଟର୍ସ ପାର୍କଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳ ଶନିବାର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୬ ଉଇକେଟ ବିନିମୟରେ ୩୪୦ ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଦାସୁନ ଶାନକା ୨୫ ଓ କାସୁନ ରାଜିଥା ୭ରନ କରି ଅପରାଜିତ ଥିଲେ। ଆଉଟ ହୋଇଯାଇଥିବା ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଦୀନେଶ ଚାଣ୍ଡିମଲ ସର୍ବାଧିକ ୮୫ ରନ କରିଥିବାବେଳେ ଧନଞ୍ଜୟ ଡି’ ସିଲ୍ଭା ୭୯ ରନ କରି ରିଟାୟର୍ଡ ହର୍ଟ ହୋଇଛନ୍ତି। ଉଇକେଟକିପର ନିରୋଶାନ ଡିକଓ୍ବେଲା ୪୯ ରନ କରିଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ତରଫରୁ ଶ୍ରେଷ୍ଠ ବୋଲିଂ କରିଥିବା ଓ୍ବିଆନ ମଲ୍ଡର ୬୮ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଛନ୍ତି।