ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୩୧।୮: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଚାଲିଛି। ବୁଧବାର ସୋପୋରର ବୋମାଇରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଜଣେରୁ ଦୁଇ ଆତଙ୍କବାଦୀ ସେଠାରେ ଏବେ ମଧ୍ୟ ଲୁଚି ରହିଛନ୍ତି। ଏନକାଉଣ୍ଟର ଜାରି ରହିଛି। ଏହାପୂର୍ବରୁ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଗୁଳିରେ ଶୋପିଆନରେ ତିନି ଜଣ ଲଶ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଥିଲେ।