କନସର୍ଟ ବେଳେ Sonu Nigamଙ୍କ ଉପରକୁ ବୋତଲ-ପଥର ଫିଙ୍ଗିଲେ ପ୍ରଶଂସକ, ଅଧାରୁ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ବୋତଲ, ପଥର ଫିଙ୍ଗିଲେ ପ୍ରଶଂସକ। କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ଦିଲ୍ଲୀରେ ଏକ କନସର୍ଟ କରିବାକୁ ଥିବା ବେଳେ ଏହାକୁ ଅଧାରେ ରୋକିବାକୁ ପଡ଼ିଛି। ଘଟଣାର ଏକାଧିକ ଭିଡିଓ ଭାଇରାଲ ହେଉଥିବା ବେଳେ ଅନେକେ ସୋନୁଙ୍କ ସପକ୍ଷରେ ବାହାରିଛନ୍ତି।

ରିପୋର୍ଟ ମୁତାବକ, ଦିଲ୍ଲୀ ପ୍ରାଦ୍ୟୋଗିକ ବିଶ୍ୱବିଦ୍ୟାଳୟ(ଡିଟିୟୁ)ରେ ସୋନୁଙ୍କ କନସର୍ଟ ଥିଲା। ଏହାକୁ ସେ ବେଶ ଉତ୍ସାହର ସହ ଆରମ୍ଭ କରିଥିଲେ। ତାଙ୍କୁ ଦେଖିବା ଲାଗି ସେଠାରେ ଲକ୍ଷାଧିକ ଛାତ୍ରୀଛାତ୍ର ଏକାଠିହୋଇଥିଲେ। ମାତ୍ର କନସର୍ଟ ଅଧାରେ କିଛି ଲୋକ ମଞ୍ଚ ଉପରକୁ ପଥର ଏବଂ ବୋତଲ ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଏହାଦେଖି ସୋନୁ ବହୁତ ଖପ୍ପା ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସେ କନସର୍ଟକୁ ଅଧାରୁ ରୋକିଥିଲେ।

Share
Tags: sonu nigam