ବିନିକା,୨୨।୧୦: ସୁବର୍ଣ୍ଣପୁର ଜିଲା ବିନିକା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଲପଡ଼ା ଛକ ନିକଟ ମଗରକୁନ୍ଦା ବ୍ରିଜ୍ ଉପରୁ ଏକ ବାଇକ୍ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
ସୂଚନାନୁସାରେ, ଯୁବକ ଜଣକ ଭାରସାମ୍ୟ ହରାଇ ବାଇକ୍ ସହ ବ୍ରିଜ୍ ଉପରୁ ତଳକୁ ଖସିପଡ଼ିଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।