ସୋନମ କପୁରଙ୍କ ଡ୍ରେସ୍‌ ମୂଲ୍ୟ ଜାଣି ଉଡିଯିବ ହୋସ୍‌: ସେହି ଟଙ୍କାରେ କିଣିହେବ ହୀରା ଅଳଙ୍କାର

ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟତଃ ତାଙ୍କ ଫ୍ୟାଶନ ଡିଜାଇନ୍‌କୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। କେବଳ ଭାରତର ସେ ନିଜ ଷ୍ଟାଇଲ ପାଇଁ ଗ୍ଲୋବାଲ ସର୍କଲରେ ମଧ୍ୟ ଏକ ପରିଚୟ ସୃଷ୍ଟି କରିଛନ୍ତି। ସୋନମଙ୍କ ଆଉ ଏକ କ୍ଲାସିକ ଲୁକ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିକଟରେ ସୋନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସୋନମ ଏକ ଭିନ୍ନ ଶୈଳୀରେ ଏବଂ ଏକ ସ୍ବତନ୍ତ୍ର ପୋଷାକରେସ୍‌ ନଜର ଆସିଛନ୍ତି। ଏହି ଫଟୋ ଗୁଡ଼ିକରେ ସୋନମ ଅତି ମହଙ୍ଗା ଅନ୍ତର୍ଜାତୀୟ ବ୍ରାଣ୍ଡ ଲୁଇ ଭ୍ୟୁଟନର ଏକ ମହଙ୍ଗା ପୋଷାକରେ ନଜର ଆସିଛନ୍ତି। ଏହି ପୋଷାକରେ ସେ ବହୁତ ଗ୍ଲାମରସ ଦେଖାଯାଉଛନ୍ତି।
ସୋନମଙ୍କ ଟପ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା କୁହାଯାଉଛି। ଅନ୍ୟପକ୍ଷରେ, କାର୍ଗୋ ପ୍ୟାଣ୍ଟର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା। ସେ ଧରିଥିବା ବ୍ୟାଗର ମୂଲ୍ୟ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା । ଏହା ସ୍ପଷ୍ଟ ଯେ ଏତେ ଟଙ୍କା ମୂଲ୍ୟରେ ଆପଣ ମହଙ୍ଗା ହୀରା ଅଳଙ୍କାର କିଣି ପାରିବେ।