ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ବେବି ବମ୍ପ ସହ ସୋନମ ଆହୁରି ସୁନ୍ଦର ଲାଗୁଛନ୍ତି।

ନିକଟରେ ସୋନମ ମୁମ୍ବାଇରେ ନଜର ଆସିଥିଲେ। ସେ ତାଙ୍କ ଲୁକ୍‌ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏକ ଖୋଲା ଶର୍ଟ ପିନ୍ଧି ବେବି ବମ୍ପ ଦେଖାଉଥିବା ନଜର ଆସିଛନ୍ତି। ସବୁବେଳେ ପରି ସୋନମ ପ୍ରମାଣ କରିଛନ୍ତି ଯେ, ଫ୍ୟାଶନ ତାଙ୍କ ପାଇଁ କେବଳ ପୋଷାକ ନୁହେଁ, ବରଂ ତାଙ୍କ ଆତ୍ମବିଶ୍ୱାସ ଏବଂ ମନୋଭାବର ଏକ ଅଂଶ। କୁହାଯାଉଛି ଯେ, ଚଳିତବର୍ଷ ମାର୍ଚ୍ଚରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ। ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ସୋନମଙ୍କ ପୂର୍ବରୁ ଏକ ପୁଅ ଅଛି।

Dharitri – Odisha’s No.1 Odia Daily

 

Share