୨ ବିଦ୍ୟାଳୟରୁ ଲୁଟି ନେଲେ ସୋଲାର ଲାଇଟ୍‌

ପଲମ,୪ା୧୨(ଭିକାରି ଗଉଡ଼): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଗାଡ଼େବନ୍ଦ ପଞ୍ଚାୟତର ଗୁଣପୁର ପ୍ରାଥମିକ ବିଦ୍ୟାଳୟ ଓ ରାଣିପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ସୋଲାର ଲାଇଟ୍‌ ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି।

ଦୁଇ ବିଦ୍ୟାଳୟ ଗେଟ୍‌ରେ ତାଲା ପଡିଥିବା ବେଳେ ଦୁର୍ବୃତ୍ତମାନେ ପାଚେରୀ ଡେଇଁ ଗୁଣପୁର ପ୍ରାଥମିକ ବିଦ୍ୟାଳୟରୁ ଗୋଟିଏ ଓ ରାଣିପଟା ବିଦ୍ୟାଳୟରୁ ଦୁଇଗୋଟି ସୋଲାର ଲାଇଟ ଚୋରି କରି ନେଇଛନ୍ତି। ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏଣୁ ରାତିରେ ପୋଲିସ ପାଟ୍ରୋଲିଂ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।