ନୂଆଦିଲ୍ଲୀ,୨୮।୧୦: କୋଭିଡ୍ରେ ମୃତ ଘରୋଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବୀମା ଦାବି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷଣ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଡାକ୍ତରଙ୍କ ପାଇଁ ଠିଆ ନହେଲେ ସମାଜ ବିଚାରବିଭାଗକୁ କ୍ଷମା କରିବ ନାହିଁ। ଘରୋଇ ଡାକ୍ତରଙ୍କୁ ଲାଭ ଉଦ୍ଦେଶ୍ୟରେ କାମ କରୁଥିବା ଧାରଣା ଭୁଲ୍ ବୋଲି କୋର୍ଟ ମତ ଦେଇଛନ୍ତି। ସରକାର ବୈଧ ଦାବି ପୂରଣ ପାଇଁ ବୀମା କମ୍ପାନୀକୁ ବାଧ୍ୟ କରିବା ଉଚିତ୍।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବ୍ୟତୀତ ଅନ୍ୟ ଯୋଜନାର ତଥ୍ୟ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ। ମାମଲାଟି ଥାଣେର ଘରୋଇ କ୍ଲିନିକ୍ ଡାକ୍ତର ଭାସ୍କର ସୁରଗଡେଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ଦାବି ପ୍ରତ୍ୟାଖ୍ୟାନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିଲା। ୫୦ ଲକ୍ଷ ଟଙ୍କାର ବୀମା ଯୋଜନା କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସୁରକ୍ଷା ଦେଇଥାଏ।