Categories: ଗଞ୍ଜାମ

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ ବିଶିଷ୍ଟ ସମାଜସେବୀ  ସୁନିଲ କୁମାର ସାହୁଙ୍କ ୩୩ ତମ ଜନ୍ମଦିନ ଉତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ  ଗଡ ହୁମ୍ମା ରାଜା ସାହେବ ରାଘବେନ୍ଦ୍ର ନାରାୟଣ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ହୁମ୍ମା ନାଏବ ସରପଞ୍ଚ  ମିଥୁନ ପରିଡ଼ା,ଶିକ୍ଷାବିତ୍‌ ବିଜୟ କୁମାର ବିଶାଳ, ସେୱଚ୍ଛାସେବୀ ଯୋଗେଶ ସାହୁ, ହୁମ୍ମା ପଞ୍ଚୁ ଦୋଳ ଯାତ୍ରା ଆୟୋଜକ କମିଟି ସମ୍ପାଦକ ରାମା ରାଓ, ସୁରଥ ପରିଡ଼ା, ଶିବାଜୀ ସ୍ବାଇଁ, ରଞ୍ଜିତ ପଲାଇ, ୱାର୍ଡ ସଭ୍ୟ ସାଗର ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ରହ୍ମପୁର ଏମକେସିଜି ରକ୍ତ ଭଣ୍ଡାରକୁ ପଠା ଯାଇଥିଲା। ଏହି ଭଳି ମହାନ ଜନ ମଙ୍ଗଳ କାର୍ଯ୍ୟକ୍ରମକୁ ଜନ ସାଧାରଣରେ  ପ୍ରଶଂସା କରାଯାଇଛି ।
Dharitri – Odisha’s No.1 Odia Daily