ଗୁଣୁପୁର, ୧୫।୧(ସଂକେତ ପାତ୍ର): ଗୁଣୁପୁର ଅଞ୍ଚଳର ପ୍ରସିଦ୍ଧ ଜମିନ୍ଦାର ତଥା ବ୍ୟବସାୟୀ ଏବଂ ସାମାଜିକ କ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତିଙ୍କର ଗୁରୁବାର ଅପରାହ୍ନ ୨ଟା ୪୦ ମିନିଟ ସମୟରେ ହିରାମଣ୍ଡଳମ, ଶ୍ରୀକାକୁଳମ ଜିଲା (ଆନ୍ଧ୍ରପ୍ରଦେଶ) ଠାରେ ପରଲୋକ ଘଟିଛି। ସେ ବହୁଦିନ ଧରି ବୟସାଧିକ ଜନିତ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତି ତାଙ୍କ ବଡ଼ ପୁଅଙ୍କ ପାଖରେ ରହୁଥିଲେ, ଯେତେବେଳେ ତାଙ୍କ ଛୋଟ ପୁଅ ଗୁଣୁପୁରରେ ବସବାସ କରୁଛନ୍ତି। ତାଙ୍କ ଛୋଟ ପୁଅ ସକଳାବାତ୍ତୁଳା ବାବା ପ୍ରସାଦ ବର୍ତ୍ତମାନ ଗୁଣୁପୁର କଳିଙ୍ଗ ବୈଶ୍ୟ ସଂଘର ପ୍ରେସିଡେଣ୍ଟ (ସଭାପତି )ଭାବେ କାର୍ଯ୍ୟରତ ଅଛନ୍ତି।
ଦୀର୍ଘ ସମୟ ଧରି ଲକ୍ଷ୍ମଣ ମୂର୍ତ୍ତି ବ୍ୟବସାୟ ସହ ସାମାଜିକ କ୍ଷେତ୍ରରେ ସକ୍ରିୟ ରହି ଗୁଣୁପୁର ଅଞ୍ଚଳରେ ଏକ ସମ୍ମାନିତ ଓ ଆଦରଣୀୟ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ତାଙ୍କ ପରଲୋକର ସମାଚାର ପାଇବା ସହିତ ଗୁଣୁପୁର ସହର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ସାମାଜିକ ସଂଗଠନ, ବ୍ୟବସାୟୀ, ଗଣ୍ୟମାନ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଗଭୀର ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ଅମର ଆତ୍ମାର ଶାନ୍ତି କାମନା କରିବା ସହ ଶୋକାକୁଳ ପରିବାରବର୍ଗଙ୍କୁ ଈଶ୍ୱର ସାହାସ ଓ ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।