ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ

ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରାଯାଇଛି। ତାଙ୍କ ମୃତ ଦେହ ବୁଧବାର ଏକ ନାଳ ନିକଟରେ ଲାଲ ରଙ୍ଗର ସୁଟକେସରୁ ମିଳିଛି। ତାଙ୍କ ମୃତ ଦେହକୁ ଖଣ୍ଡ ଖଣ୍ଡ କରାଯାଇଛି, ଯାହାକୁ ପୋଲିସ ଜବତ କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଲଗାବା କିଛିଦିନ ପୂର୍ବରୁ ନିଜ ଦେଶ ଆର୍ଜେଣ୍ଟିନା ଆସିଥିଲେ ଓ ରାଜଧାନୀ ବ୍ୟୁନସ ଆୟର୍ସରେ ରହିଥିଲେ।

ଜୁଲାଇ ୧୯ରେ ଆଲଗାବା ନିଖୋଜ ହୋଇଯାଇଥିଲେ। ବୁଧବାର କିଛି ପିଲା ଡ୍ରେନ ନିକଟରେ ଖେଳୁଥିବା ବେଳେ ଏକ ଲାଲ ରଙ୍ଗର ସୁଟକେସ ଦେଖିଥିଲେ। ଯେତେବେଳେ ପିଲାମାନେ ଏହାକୁ ଖୋଲିଲେ, ଏଥରେ ଶରୀରର ଅନେକ ଅଂଶ ରହିଥିଲା। ପିଲାମାନଙ୍କର ମାତାପିତା ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସ ଖୋଲି ସେଥିରୁ ଆଲଗାବାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ସୁଟକେସରେ ଆଲବାବାଙ୍କ ଗୋଡ ଏବଂ ବାହୁ ଜବତ କରିଛି। ଖୋଜାଖୋଜିରେ ଆଲଗାବାଙ୍କ ମୁଣ୍ଡ ଓ ତଣ୍ଟି ମଧ୍ୟ ଉଦ୍ଧାର କରାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆ ସେଲିବ୍ରିଟି ଆଲଗାବାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିବା ପୂର୍ବରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।