ଫ୍ରାନ୍ସ, ୨୮।୧: ଫ୍ରାନ୍ସରେ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଫ୍ରାନ୍ସ ନ୍ୟାଶନାଲ ଆସେମ୍ବଲି ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟିକଟକ, ଇନଷ୍ଟାଗ୍ରାମ, ଫେସବୁକ ଏବଂ ସ୍ନାପଚାଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଏକ ବିଲ୍ ପାସ କରିଛି। କୁହାଯାଉଛି ଯେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଚିନ୍ତା, ସାଇବର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ହିଂସା ସହିତ ଜଡିତ ସମସ୍ୟାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି।
ବିଧାନସଭାରେ ପାରିତ ବିଲ୍ ଅନୁଯାୟୀ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ବ୍ୟବହାରକାରୀଙ୍କ ବୟସ ଯାଞ୍ଚ କରିବା ପାଇଁ ପ୍ରଭାବଶାଳୀ ବୈଷୟିକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ, ନଚେତ୍ ସେମାନଙ୍କୁ ଜରିମାନା ଦେବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ବର୍ଷ ମଧ୍ୟରେ ଫ୍ରାନ୍ସରେ ୧୩-୧୫ ବର୍ଷ ବୟସ ବର୍ଗରେ ଡିପ୍ରେସନ ଏବଂ ଆତ୍ମହତ୍ୟା ମାମଲା ୬୦% ବୃଦ୍ଧି ପାଇଛି, ଯେଉଁଥିରେ ସୋସିଆଲ ମିଡିଆକୁ ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି।