ଆଜିକାଲି ସୋସିଆଲ ମିଡିଆର ବ୍ୟବହାର କେତେ ବହୁଳ ହେଲାଣି ତାହା ପ୍ରାୟ ସମସ୍ତେ ଜାଣନ୍ତି। ଏଥିରୁ ଅନେକ କଥା ଜାଣିହୁଏ-ଏକଥା ସତ, ହେଲେ ସବୁବେଳେ ଏଥିରେ ନିମଗ୍ନ ରହିଲେ ତାହାର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ଏହା ଦ୍ୱାରା କାର୍ଯ୍ୟଦକ୍ଷତାରେ ତାରତମ୍ୟ ଦେଖିବାକୁ ମିଳିଥାଏ ବୋଲି ଜଣାପଡିଛି। ଏଭଳି ସିଦ୍ଧାନ୍ତରେ ପହଞ୍ଚତ୍ବା ପୂର୍ବରୁ ସେମାନେ କେତେକ ବ୍ୟକ୍ତି ଯେଉଁମାନେ ପ୍ରାୟ ଅଧିକାଂଶ ସମୟ ସୋସିଆଲ ମିଡିଆ ସହ ଜଡିତ ରହୁଥିଲେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ତନ୍ନତନ୍ନ କରି ତର୍ଜମା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତାରେ ତାରତମ୍ୟତା ଦେଖିବାକୁ ମିଳିଥିଲା। ତେଣୁ ସୋସିଆଲ ମିଡିଆ ସହ ଆବଶ୍ୟକତାଠାରୁ ଅଧିକ ସମୟ ଜଡିତ ହେବା ଠିକ୍ ନୁହେଁ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।