ଗଞ୍ଜାମ,୨୪।୧(ବିଦ୍ୟାଧର ସାହ): ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆସନ୍ତା ୨୬ ଓ ୨୮ ଦୁଇଦିନ ଧରି ସାମାଜିକ ନାଟକ ମଞ୍ଚସ୍ଥ ହେବ l ଏଥିପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି। ସମାଜକୁ କିଛି ସଚେତନତା ବାର୍ତ୍ତାକୁ ନାଟକ ମାଧ୍ୟମରେ ‘ଆସିଛି ଏକା ଯିବି ମୁଁ ଏକା’ ଏବଂ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନାଟକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଓଡ଼ିଆ ଅଧ୍ୟାପକ ତଥା ନାଟ୍ୟ ନିର୍ଦେଶକ ଡ଼ ଗୌରୀ ଶଙ୍କର ଶତପଥୀ ଏବଂ ଜିଲା ଚର୍ଚ୍ଚିତ ଖଳନାୟକ ପ୍ରଦୀପ କୁମାର ପଣ୍ଡା ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତିଦ୍l ମୁଖ୍ୟ ପରିଚାଳକ ରାକେଶ ରଞ୍ଜନ ଦାସ, ସଭାପତି ଶବର କୁମlର ତରାଇ, ଯୁବ ପରିଚାଳକ ଅସ୍ମିତ ପଣ୍ଡା, ଉପଦେଷ୍ଟା ସୁଧୀର କୁମାର ପାଢ଼ୀ, ଉମାକାନ୍ତ ବେହେରା, କ୍ୟାସିୟର ମନୋଜ କୁମାର ପ୍ରଧାନ, ସୁଭାଶିଷ ଦାସ (ମିଲୁ )ଓ ଅନ୍ୟମାନେ ଏହାକୁ ପରିଚାଳନା କରୁଛନ୍ତି l ରଞ୍ଜି,ପୂଜା,ଚିନୁ,ରୋଜି, ସଂଜୁ ପ୍ରମୁଖ ନାରୀ ଅଭିନେତ୍ରୀଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଛି l