ଥମୁନି ତୁଷାରପାତ: ଶୀତ ପ୍ରବଳ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୯।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ ୩ ଦିନ ହେଲା ତୁଷାରପାତ ସହ ଜାଡ଼ ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିଥିବାବେଳେ ବିଭିନ୍ନ ଜଳ ଉତ୍ସ ଓ ଖୋଲା ପଡିଆ, ଚାଷ ଜମିରେ ପ୍ରବଳରୁ ଅତିପ୍ରବଳ ତୁଷାରପାତ ହୋଇଛି ଫଳରେ ଦାରିଙ୍ଗବାଡି ଗୋଟିଏ ପ୍ରକାର ଭୀଷଣ ଭାବେ ଥରୁଛି। ତେବେ ପର୍ଯ୍ୟଟକ ଏହି ଶୀତକୁ ଅନୁଭୂତ କରିବା ସହ ରାତ୍ରିଯାପନ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ଲକ ସିମନବାଡି ସମେତ କିରିକୁଟି, ବାଡାବାଙ୍ଗା, ସିଆଙ୍ଗବାଲି, କିଲାବାଡି, ପ୍ଳିହେରୀ, କଫିବଗିଚା ଆଦି ଅଞ୍ଚଳରେ ଅଧିକ ତୁଷାରପାତ ହୋଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share