ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ବାଇକରେ ପଶିଗଲା ବିଷଧର ନାଗ। ନାକେଦମ ହେଲେ ଚାଳକ। ଏଭଳି ଏକ ଘଟଣା ଗଞ୍ଜାମ ବଡ଼ ବଜାରଠାରେ ବୁଧବାର ସନ୍ଧ୍ୟାରେ ଘଟିଛି।
ସୂଚନାନୁଯାୟୀ, ପୁଇଁତୋଳା ଗ୍ରାମର ରୋହିତ କୁମାର ରାଉଳଙ୍କ ବାଇକରେ ବିଷଧର ନାଗ ସାପ ପଶିଯାଇଥିଲା l ହଠାତ ସାପଟିକୁ ଦେଖି ଆରୋହୀ ରୋହିତ ଗାଡିଟିକୁ ଛାଡିଦେଇଥିଲେ l ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ସାପଟି ବାଇକର ଚେନ କଭର ମଧ୍ୟରେ ପଶି ରହିଥିଲା l ସମସ୍ତ ଚେଷ୍ଟା ପରେ ମଧ୍ୟ ସାପଟି ବାହାରି ନ ଥିଲାl ସେହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଲୋକମାନେ ଗହଳି ହୋଇଥିବା ଦେଖି ଅଟକି ଯିବା ସହ ବାଇକରୁ ସାପକୁ ବାହାର କରିଥିଲେ l ଏହାପରେ ଚାଳକ ଆଶ୍ୱସ୍ତ ହୋଇଥିଲେ।