ନାଗ ସହ ଖେଳୁଥିଲେ ସାପ ଧରାଳୀ: ଜିଭକୁ ମାରିଲା ଚୋଟ, ଆଉ ତା’ପରେ ଘଟିଗଲା…

ବଲାଙ୍ଗୀର,୨୬।୯(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସାପ ଚୋଟରେ ଜଣେ ସାପ ଧରାଳୀଙ୍କ ଜୀବନ ଯାଇଛି। ମୃତକ ହେଲେ ସିଂଧେକେଲା ଗାଁ ସାହୁପଡାର ସନ୍ତୋଷ ଚନ୍ଦା।
ସୂଚନାଯୋଗ୍ୟ, ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ ଜଣେ ସାପ ଧରାଳୀ ଭାବେ ଜଣାଶୁଣା। ଗତକାଲି ଜଣେ ବ୍ୟକ୍ତିଙ୍କ ଘରେ ନାଗ ସାପ ପଶିଥିଲା। ସମ୍ପୃକ୍ତ ବ୍ୟକ୍ତି ସନ୍ତୋଷଙ୍କୁ ନାଗ ସାପ ଧରିବାକୁ ଡାକିଥିଲେ। ପଶିଥିବା ନାଗ ସାପଟିକୁ ସେ ଧରିବା ପରେ ତା ସହିତ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ସନ୍ତୋଷଙ୍କ ଜିଭକୁ ନାଗ ଚୋଟ ମାରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।